Site icon Odisha.com

ପୂର୍ବତନ ଲୋକପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ଲୋକପାଳ ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କ ଶନିବାର ପରଲୋକ ହୋଇଯାଇଛି ।

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତାରଖାନାରେ ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ ସେ ଦୀର୍ଘଦିନଧରି ଅସୁସ୍ଥ ଥିଲେ ।

ମହାପାତ୍ର ଅପ୍ରେଲ ୧୯୮୪ ରୁ ଅପ୍ରେଲ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ପରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶାର ଲୋକପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୮ କନ୍ଧମାଳ ଦଙ୍ଗା ଘଟଣାର ତଦନ୍ତ ପାଇଁ ସରକାର ତାଙ୍କୁ କମିଶନ ନିଯୁକ୍ତ କରିଥିଲେ ।

ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼. ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବହୁ ବିଶିଷ୍ଟ ଲୋକମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version