Site icon Odisha.com

ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଦୁଇ ଓଡ଼ିଆ

ଅନନ୍ତ ଗୋପାଳ ସାହୁ

ଭୁବନେଶ୍ୱର, ମଇ ୧୨(ଓଡ଼ିଶା ଡ଼ଟ୍ କମ୍)ଦୁଇଜଣ ଓଡ଼ିଆ ଯୁବକ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରି ନିର୍ଦ୍ଦେଶକ ଭାବରେ ନିଜର କ୍ଷମତା ପ୍ରତିପାଦିତ କରିପାରିଛନ୍ତି ।

ଉତ୍ତରପ୍ରଶେର ଏକ ଗୁଣ୍ଡାରାଜ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର “ରଙ୍ଗାରୀ” ର ନିର୍ଦ୍ଦେଶନା ଦେଉଛନ୍ତି ଦୁଇ ଓଡ଼ିଆ ଅବିନାଶ ନନ୍ଦ ଓ ଅଭିମନ୍ୟୁ ମିଶ୍ର ।

ଏହି ଚଳଚ୍ଚିତ୍ର ପୂର୍ବରୁ ନିର୍ଦ୍ଦେଶକ ଅବିନାଶ ନନ୍ଦ ଓଡିଶାରେ ତଥା ବାହାରେ କେତେକ ସିରିଏଲ୍, ଟେଲିଫିଲ୍ମ, ଓ ଆଡ୍-ଫିଲ୍ମ  ନିର୍ମାଣ କରି ଚର୍ଚ୍ଚିତ ହୋଇଥିଲେ । ତେବେ “ରଙ୍ଗାରୀ” କୁ ନେଇ ମଧ୍ୟ ଉଭୟେ ଚର୍ଚ୍ଚାକୁ ଆସିଛନ୍ତି ।

କଂଟ୍ରାପୁନ୍ଟୋ କମ୍ୟୁନିକେସନ ପ୍ରାଇଭେଟ୍ ଲିମିଟେଡ଼୍ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଥିବା ବେଳେ କାହାଣୀ ଓ ଚିତ୍ରନାଟ୍ୟରେ ଅଛନ୍ତି ଇକ୍ରାମ୍ ଅଖତର୍ ଓ ସଙ୍ଗୀତରେ ଲଲିତ ପଣ୍ଡିତ ।

ଏହାର ସିନେମାଟୋଗ୍ରାଫିରେ ରାଜକୁମାର କେ, ସଂଳାପରେ ସଞ୍ଜୟ ମାସୁମଦ, ଆକ୍ସନ୍ ରେ ଅଜୟ ଠାକୁର୍ ଏବଂ କୋରିଓଗ୍ରାଫିରେ ଅଛନ୍ତି ତରୁଣକୁମାର ।

ଗୌରବ ଚୋପ୍ରା, ଅଳଂକ୍ରିତା, କାଜଲ୍, ଶକ୍ତି କପୁର୍, କିରଣ କୁମାର,ଆଦିତ୍ୟ ପାନ୍ଚୋଲି, ଅମନ୍ ବର୍ମା, ମୁସ୍ତାକ୍ ଖାନ୍, ଅମିତାଭ ୟାଲ୍ ଅଲିକ୍ୱିଲି ମିର୍ଜା ଓ ଏସାନ୍ ଖାନ୍ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version