Site icon Odisha.com

ଶ୍ରୀମନ୍ଦିରରେ ପାନ, ଗୁଟ୍କା ଖାଇଲେ କର୍ମଚାରୀଙ୍କ ଦରମା ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ବେଢା ମଧ୍ୟରେ କୌଣସି କର୍ମଚାରୀ ପାନ, ଗୁଟ୍କା କିମ୍ବା ସିଗାରେଟ୍ ଖାଉଥିବା ନଜରକୁ ଆସିଲେ ତାଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶନାମା ଜାରି କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରବିବାର ଦାୟୀତ୍ୱ ଗ୍ରହଣ କରିବା ପରେ କେନ୍ଦ୍ରାଞ୍ଚଳ ଆରଡ଼ିସି ଅରବିନ୍ଦ ପାଢୀ ଏହି ନିର୍ଦ୍ଧେଶ ଦେଇଛନ୍ତି ।

ମନ୍ଦିର ପରିସରରେ ପାନଛେପ ପକାଇ ଅପରିସ୍କାର କରାଯାଉଥିବା ନେଇ ବିଭିନ୍ନ ମହଲରେ ଉଦ୍ଦବେଗ ପ୍ରକାଶ ପାଉଥିଲା । ଏସଂକ୍ରାନ୍ତର ଶୀଘ୍ର ସେବାୟତ ମାନଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ମନ୍ଦିରରରେ ପାନଛେପ ପକାଇଲେ ପାଞ୍ଚ ଟଙ୍କା ଜୋରିମାନା ଆଦାୟ କରିବାକୁ ପୂର୍ବରୁ ପରିଚାଳନା କମିଟି ବୈଠକର ସ୍ଥିର କରାଯାଇଥିଲା । କିନ୍ତୁ ଏହାସତ୍ୱେ ପାନଛେପ ପକାଇବା ବନ୍ଦ ନହେବାରୁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକରେ ଜୋରିମାନା ଅର୍ଥ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version