Site icon Odisha.com

ଦୈନିକ ସମ୍ବାଦପତ୍ର ‘ସମାଜ ଆଇନା’ ଲୋକାର୍ପିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ରବିବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଦୈନିକ ସମ୍ବାଦପତ୍ର “”ସମାଜ ଆଇନା” ଲୋକାର୍ପିତ ହୋଇଛି ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଲୋକ ମାନଙ୍କର ତଥା ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସହିତ ବହୁ ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଗଣମାଧ୍ୟମ ଆଣିଥାଏ ବୋଲି ଏହି ଅବସରରେ ମୁଖ୍ୟ ଅତିଥି ରାଜସ୍ୱମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ବର୍ତମାନ ବଦ୍ୟେତିକ ଓ ଛାପା ଗଣମାଧ୍ୟମ ସମସ୍ତ ଖବରକୁ ସତେଜ ଭାବରେ ପରିବେଷଣ କରି ଲୋକପ୍ରିୟତା ହାସଲ କରିପାରିଛି ବୋଲି ସେ କହିଛନ୍ତି ।

ନିର୍ଭୀକ ଓ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରାଯିବା ଦରକାର । କାହାରି ଭୟରେ ଲେଖନୀକୁ ବନ୍ଦ କରିବା ସାମ୍ବାଦିକ ପାଇଁ ସ୍ପୃହଣୀୟ ନୁହେଁ ବୋଲି ଏହି ଉତ୍ସବରେ ମୁଖ୍ୟବକ୍ତା ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା କହିଥିଲେ ।

ବର୍ତମାନ ସମ୍ବାଦପତ୍ର ପ୍ରକାଶ କରିବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି ବୋଲି ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ତଥା ଲୋକସଭା ସାଂସଦ ରୁଦ୍ରମାଧବ ରାୟ କହିଥିଲେ । ଅନ୍ୟତମ ଅତିଥି ଭାବେ ଏହି ଉତ୍ସବରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଯୋଗ ଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପଟ୍ଟନାୟକ, ସମାଜସେବୀ ଗୋପୀନାଥ ଖଟୁଆ, ସ୍ତମ୍ଭକାର ଡଃ ଉମେଶ ଚନ୍ଦ୍ର ଜେନା, ସମାଜସେବୀ ନିର୍ଭୟ ସାମନ୍ତରାୟ, ଶିକ୍ଷାବିତ୍ ସ୍ମୃତି ରଂଜନ ମହାନ୍ତି, ଅସିତ୍ ମହାନ୍ତି, ଇଂ ପ୍ରୀପ୍ତ ରଂଜନ ମହାନ୍ତିଙ୍କୁ ସମାଜ ଆଇନା ସମ୍ମାନ -୨୦୧୨ରେ ସମ୍ମାନୀତ କରାଯାଇଥିବା ବେଳେ ୪୦ ଜଣ କୁନିକୁନି ପ୍ରତିଭାଙ୍କୁ ମାନପତ୍ର ଓ ଟ୍ରଫି ପ୍ରାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version