Site icon Odisha.com

ବାଲୁକା କଳା ଚାମ୍ପିୟନସିପ ପାଇଁ ସୁଦର୍ଶନ ମନୋନୀତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼େନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ ଠାରେ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ରେ ଅଂଶଗ୍ରହଣ କରିବାକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି ।

ଆସନ୍ତା ୨୪ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହେବାକୁ ଥିବା ଏହି ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ଦେଶର ପ୍ରତିଯୋଗୀ ଭାଗ ନେବେ ।

ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ନିର୍ଦ୍ଧେଶକ ପିଟର ରୋଜ୍ଙ୍ଠାରୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ ପାଇଥିବାରୁ ସେ ବହୁତ ଖୁସି ବୋଲି ସୁଦର୍ଶନ କହିଛନ୍ତି ।

ବାଲୁକା କଳାର ଉଚ୍ଚତା ୨.୫ ମିଟର ହେବ ।”ଏହା ମାଧ୍ୟମରେ ମୁଁ ଏକ ସାମାଜିକ ବାର୍ତ୍ତା ଦେବାକୁ ଚେଷ୍ଟା କରିବି” ସେ କହିଛନ୍ତି ।

ପଟ୍ଟନାୟକ ବିଶ୍ୱର ବିଭିନ୍ନ ସ୍ଥାନରେ ୫୦ରୁ ଉଦ୍ଧ୍ୱର୍ ବାଲୁକା କଳା ଚାମ୍ପିୟନସିପ୍ ରେ ଅଂଶ ଗ୍ରହଣ କରି ଅନେକ ପୁରସ୍କାର ହାସଲ କରିଛନ୍ତି । ନିକଟରେ ତାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍ ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version