Site icon Odisha.com

ମରାମତି ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସାମୟିକ ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ମରାମତି କାର୍ଯ୍ୟ ପାଇଁ ସାମୟିକ ଭାବେ ବୁଧବାର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାରାେଇ ଭକ୍ତଙ୍କ ଯାତାୟାତ ବନ୍ଦ କରାଯାଇଛି ।

ଏହି ସମୟ ମଧ୍ୟରେ ସେମାନେ ଅନ୍ୟ ତିନି୍ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି ।

ଦୀର୍ଘଦିନ ଧରି ସିଂହଦ୍ଵାର ଗୁମୁଟ ଦୁର୍ବଳ ଥିବାରୁ ସ୍କାଫୋଲଡ଼ିଂ କରାଯାଇ ଗୁମୁଟ ମରାମତି କାର୍ଯ୍ୟ ଜାରି ରହିଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଆଜି ଠାରୁ ଗୁମୁଟ ଭିତରେ ପଥର ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ତେଣୁ ଏହି ରାସ୍ତା ଦେଇ ଭକ୍ତମାନେ ଯାତାୟତ କରିପାରିବେ ନାହିଁ । ତେବେ ମନ୍ଦିରର ନୀତି ଦୃଷ୍ଟିରୁ ପ୍ରତ୍ୟହ ସିଂହଦ୍ଵାର ଯଥାରୀତି ଖୋଲାଯିବ ଏବଂ ବନ୍ଦ ହେବ ବୋଲି କୁହାଯାଇଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ଏହି ମରାମତି କାର୍ଯ୍ୟ ଶେଷ ହୋଇଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version