Site icon Odisha.com

୨୦୧୪ ସୁଦ୍ଧା ୫୦ହଜାର ନଳକୂପ ଖନନ ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମରେ ୨୦୧୪ ଜାନୁୟାରୀ ସୁଦ୍ଧା ରାଜ୍ୟରେ ୫୦ ହଜାର ଗଭୀର ନଳକୂପ ଖନନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।

ଏହି ଯୋଜନାରେ ବର୍ତମାନ ସୁଦ୍ଧା ୧୦୭୮୮ଟି ଗଭୀର ନଳକୂପ ଖନନ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୭୮୫ଟିର ବିଦ୍ୟୁତ କରଣ କରାଯାଇଛି ଏବଂ ଆଗାମୀ ଜୁନ୍ ସୁଦ୍ଧା ଆଉ ଆଠ ହଜାର ନଳକୂପର ବିଦ୍ୟୁତ କରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ବୋଲି ଏକ ସମୀକ୍ଷା ବୈଠକରେ କୁହାଯାଇଛି ।

୨୦୧୦-୧୧ରେ ରାଜ୍ୟର ୧୭ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ୨୦୧୧-୧୨ ରେ ଏହାକୁ ୨୬ଟି ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।

ତେଣୁ ଆଗାମୀ ପାଞ୍ଚ ବର୍ଷରେ ଏହିଭଳି ଏକ ଲକ୍ଷ ନଳକୂପ ସେଚ କାର୍ଯ୍ୟକ୍ରମ ଦ୍ୱାରା ଦଶ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

ସେହିପରି ୧୫ଟି କ୍ଲଷ୍ଟର, ୧୭୪ଟି ବୃହତ ଉଠାଜଳସେଚନ ପ୍ରକଳ୍ପ କାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ତେଲ ଓ ମହାନଦୀ ଅବବାହିକା, ହୀରାକୁଦ, ଇନ୍ଦ୍ରାବତୀ ଓ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଆଞ୍ଚଳ ଆଦୀ ପାଞ୍ଚଟି କ୍ଲଷ୍ଟରରେ ଏହା କାର୍ଯ୍ୟକାରୀ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୮୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ମିଳିବା ସହିତଦ୍ୱିତୀୟ ପର୍ଯ୍ୟାୟରେ ଏକ ଲକ୍ଷ ୩୪ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ମିଳିପାରିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version