Site icon Odisha.com

ମୂଲ୍ୟାୟନରେ ଅନୁପସ୍ଥିତ ଯୋଗୁଁ ୨୫ ଶିକ୍ଷକଙ୍କ ଦରମା ବନ୍ଦ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟୋଜିତ ୨୫ ଜଣ ଶିକ୍ଷକ ଅନୁପସ୍ଥିତ ରହିଥିବାରୁ ସେମାନଙ୍କର ଦରମା ବନ୍ଦ କରାଯାଇଛି ।

ଜିଲ୍ଲା ଶିକ୍ଷା ମଣ୍ଡଳାଧିଶ ସତ୍ୟ ମୋହନ ସେନାପତି କର୍ତବ୍ୟରେ ଅବହେଳା ପାଇଁ ଏହି ଶିକ୍ଷକ ମାନଙ୍କ
ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦରମା ବନ୍ଦ କରିଛନ୍ତି ।

ଗତ ୧ତାରିଖ ଠାରୁ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଜିଲ୍ଲା ସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୪୬ଜଣ ଓ ଜିଲ୍ଲା ସ୍କୁଲରେ ୩୫୬ଜଣଙ୍କୁ ନିୟୋଜିତ କରାଯାଇଥିଲା ।

ତେବେ ସମଗ୍ର ମୂଲ୍ୟାୟନ ପ୍ରକ୍ରିୟାରୁ ଏହି ଶିକ୍ଷକମାନେ ଅନୁପସ୍ଥିତ ରହିଥିବା ଜଣାପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version