Site icon Odisha.com

ଇଲେକ୍ଟ୍ରିକାଲ ଇଂଜିନିୟରିଂ ପଢିବି: ରାକେଶ ରଂଜନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ପାଠ ପଢିବାକୁ ଇଚ୍ଛା ରଖିଛନ୍ତି ଆଇଆଇଟି ଜେଇଇରେ ୧୫୪ ର୍ଯାଙ୍କ ରଖି ଓଡ଼ିଶା ଟପ୍ପର ହୋଇଥିବା ରାକେଶ ରଂଜନ ନାୟକ ।

କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଗ୍ରାମର ରାକେଶ ଜବାହରଲାଲ ନେହରୁ ବିଦ୍ୟାଳୟର ଛାତ୍ର । ସେ
ଦଶମଶ୍ରେଣୀରେ ୯୫.୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ୯୫.୨ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ ।

ଯେଉଁ ବିଦ୍ୟାଳୟରେ ପାଠପଢ଼ି ଆଇଆଇଟି ଅଧ୍ୟୟନ ପାଇଁ ମନୋନୀତ ହୋଇଛି ତାହାପ୍ରତି ଋଣୀ ବୋଲି ରାକେଶ କହିଛନ୍ତି । ପ୍ରଥମ ପାଞ୍ଚଶହ ଜଣଙ୍କ ମଧ୍ୟରେ ରହିବି ବୋଲି ଆଶା କରିଥିଲି କିନ୍ତୁ ୧୫୪ ର୍ୟାଙ୍କରେ ସ୍ଥାନ ପାଇ ବିସ୍ମିତ ବୋଲି ସେ ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି ।

ପାଠ ପଢିବା ପାଇଁ ଆଇଆଇଟି ମୁମ୍ବାଇ ତାଙ୍କର ପ୍ରଥମ ପସନ୍ଦ ବୋଲି ରାକେଶ କହିଛନ୍ତି । ତାଙ୍କ ବାପା ରାଜକିଶୋର ଗାଁରେ ଏକ ଦୋକାନ କରି ପରିବାର ପୋଷଣ କରନ୍ତି ।

ତା’ କାକାଙ୍କ ସହାୟତାରେ ସେ ଭୁବନେଶ୍ୱରରେ ଏକ ଘରୋଇ କୋଚିଂ କେନ୍ଦ୍ରରେ ପ୍ରସ୍ତୁତ ହେଉଥିଲା
ବୋଲି ରାଜକିଶୋର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version