Site icon Odisha.com

କୋର୍ଟ ପରିସରରୁ ଦୁଇ ବିଚାରଧିନ କଏଦୀ ଫେରାର୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଜେଲର ଦୁଇ ଜଣ କଏଦୀଙ୍କୁ ରାଉରକେଲା ଫାଷ୍ଟଟ୍ରାକ କୋର୍ଟକୁ ହାଜର ପାଇଁ ଅଣାଯାଇଥିବା ବେଳେ ସେମାନେ ଫେରାର୍ ହୋଇଯାଇଥିବା ପୋଲିସ କହିଛି ।

ସକାଳେ ୪୯ଜଣ କଏଦୀଙ୍କ ସହ ଏମାନଙ୍କୁ ଏକ ବସ୍ ଯୋଗେ ଫାଷ୍ଟଟ୍ରାକ କୋର୍ଟକୁ ଅଣାଯାଇଥିଲା ।
ସେଠାରେ ୮ଜଣ କଏଦୀଙ୍କ ସହ କୋର୍ଟ ବାରଣ୍ଡାରେ ବସିଥିବା ବେଳେ ଉଭୟେ ବାଥରୁମ ଯିବାକୁ କହି ଫେରାର୍ ହୋଇଯାଇଥିଲେ ।

ଗାଡ଼ି ଚୋରି ଅଭିଯୋଗରେ ପୋଲିସ ନିକଟରେ ସେମାନଙ୍କୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରନ ଅଞ୍ଚଳରୁ ଗିରଫ କରିଥିଲା । ଫେରାର ଦୁଇ କଏଦୀ ହେଲେ ପୁତନ ଆନ୍ସାରୀ ଓ ସାଜି ଆନ୍ସାରୀ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଫେରାର୍ କଏଦୀଙ୍କୁ ଠାବ କରାଯାଇ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version