Site icon Odisha.com

ରାଜ୍ୟରେ ଅଂଶୁଘାତରେ ଚାରି ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବର୍ତମାନ ସୁଦ୍ଧା ଅଂଶୁଘାତରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମୋଟ୍ ୨୬ଟି ଘଟଣାର ତନ୍ତ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ବଲାଙ୍ଗୀର, ଅନୁଗୁଳ, ଯାଜପୁର ଏବଂ ସୋନପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ତେବେ ବେସରକାରୀ ଭାବେ ୪୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଶନିବାର ୧୩ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫.୫ ଡ଼ିଗ୍ରୀ ଏବଂ ସୋନପୁରର ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ସେହିପରି ବଲାଙ୍ଗୀର ୪୪.୮, ଭବାନୀପାଟଣା ୪୪.୭, ଝାରସୁଗୁଡ଼ା ୪୩.୮, ସୁନ୍ଦରଗଡ଼ ୪୩.୫,
ଅନୁଗୁଳ ୪୨.୯, ହୀରାକୁଦ ୪୪.୧ ଡ଼ିଗ୍ରୀ ସେଲ୍ସିଅସ୍ ରେଡ଼ର୍କ କରାଯାଇଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version