Site icon Odisha.com

ଶିଳ୍ପ ଓ ଖଣି ଅଞ୍ଚଳ ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଥିବା ଶିଳ୍ପ ଓ ଖଣି ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ କାଠ ଚୋରି ରୋକିବା ପାଇଁ ପଦକ୍ଷେପ ନେବାକୁ ରବିବାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୨-୧୩ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ଦୁଇ ଲକ୍ଷ ହେକ୍ଟର ଅଞ୍ଚଳରେ ବୃକ୍ଷରୋପଣ କରାଯିବ ଏବଂ ଏଥିପାଇଁ ୧୮୩ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ବାଉଁଶ ରୋପଣ ପାଇଁ ଚଳିତ ବର୍ଷ ଚାରି ଲକ୍ଷ ଚାରା ସୃଷ୍ଟି କରାଯାଇଛି ଏବଂ ଏହା ଏକ ହଜାର ହେକ୍ଟର ଜମିରେ ଲଗାଯିବ । ୨୦୧୧-୧୨ରେ ୭୬୯ ସଡ଼କ କିଲୋମିଟର ଅଞ୍ଚଳରେ ପଥପ୍ରାନ୍ତ ବୃକ୍ଷ ରୋପଣ କରାଯାଇଥିବା ବେଳେ ଚଳିତ ବର୍ଷ ୧୬୦୦ କିଲୋମିଟର ଅଞ୍ଚଳରେ ପଥପ୍ରାନ୍ତ ବୃକ୍ଷରୋପଣ କରାଯିବ ।

ସେହିପରି ସହରାଞ୍ଚଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗତ ବର୍ଷ ୧୨ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇ
ଥିବାବେଳେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୨୮ଟି ସହରକୁ ଅନ୍ତର୍ଭୁକ୍ତ କରାଯିବ ।

ଚଳିତ ବର୍ଷ କାମ୍ପା ଅର୍ଥ ବିନିଯୋଗ କରି ତିନି ଲକ୍ଷ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଅର୍ଥରେ ୨୧୯ଟି ସ୍ଥାୟୀ ନର୍ସରୀ ସୃଷ୍ଟି କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ୨୮୧କୁ ବୃଦ୍ଧି କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version