ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଟାଙ୍ଗି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।
ଜଣେ ରୋଗୀଙ୍କୁ କଟକ ସ୍ଥିତ ଏକ ଘରୋଇ ନର୍ସିଂହୋମ୍ ରେ ଚିକିତ୍ସା କରାଇବା ପାଇଁ ସାତ ଜଣ ଲୋକ ଏକ ଭ୍ୟାନରେ ମେିନିପୁରରୁ ଆସୁଥିବା ବେଳେ ଟାଙ୍ଗିବଜାର ନିକଟରେ ଗାଡ଼ିଟି ବସ୍ ସହ ଧକ୍କା ହୋଇଥିଲା ।
ଫଳରେ ଘଟଣାସ୍ଥଳରେ ଭ୍ୟାନ୍ ରେ ଥିବା ରୋଗୀଙ୍କ ସହ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍