Site icon Odisha.com

ଦୁର୍ନୀତି ଅଭିଯୋଗରେ ବନ୍ଦର ଟ୍ରାଫିକ ମ୍ୟାନେଜର ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ବୀପ, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଦୁର୍ନୀତି ଅଭିଯୋଗରେ ପାରାଦ୍ବୀପ ବନ୍ଦର ଟ୍ରାଫିକ ମ୍ୟାନେଜର ସରୋଜ ମିଶ୍ରଙ୍କୁ ସୋମବାର ନିଳମ୍ବିତ କରାଯାଇଛି ।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅନୁମତିକ୍ରମେ ବନ୍ଦର ଅଧ୍ୟକ୍ଷ ଏସ୍.ଅନନ୍ତ ଚନ୍ଦ୍ର ଘୋଷ ତାଙ୍କୁ ନିଲମ୍ବିତ କରିଛନ୍ତି ଆୟବର୍ହିଭୂତ ସଂପତି ଥିବା ଅଭିଯୋଗ ହେବାପରେ ଗତ ୨୦୦୯ ଡିସେମ୍ବର ୩ରେ ସରୋଜଙ୍କ ବାସଭବନରେ ସିବିଆଇ ଚଢ଼ଉ କରିଥିଲା ।

ପରେ ପାରାଦ୍ବୀପ ବନ୍ଦରରେ ଲୁହାପଥର ରପ୍ତାନି ସମୟରେ ପ୍ଲଟ୍ ଭାଗବଣ୍ଟାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିଲା । ତତ୍କାଲିନ ଅଧ୍ୟକ୍ଷ କେ. ରଘୁରାମାୟା ମିଶ୍ରଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ ।

ବୁଡି ଯାଇଥିବା ଜାହାଜ ବ୍ଲାକ୍ ରୋଜର ଜାଲ୍ କାଗଜପତ୍ରକୁ ନେଇ ମଧ୍ୟ ତାଙ୍କ କାର୍ଯ୍ୟକଳାପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ସେ ୧୯୮୦ ଫେବୃଆରୀ ୧ରେ ବନ୍ଦରରେଯୋଗ ଦେଇଥିଲେ । ପରେ ପଦୋନ୍ନତି ପାଇଁ ୧୯୯୦ରେ ଡ଼େପୁଟି ମ୍ୟାନେଜର ଏବଂ ୨୦୧୧ ଅପ୍ରେଲ ୧୭ରୁ ଟ୍ରାଫିକ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version