Site icon Odisha.com

ପୂର୍ବତନ ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ୧ ବର୍ଷ ଜେଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଆୟ ବର୍ହିଭୂତ ସଂପତି ଠୁଳ ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ସୋମବାର ପୂର୍ବତନ ଯୁଗ୍ମ କୃଷି ନିର୍ଦ୍ଦେଶକ ରାମଚନ୍ଦ୍ର ନାୟକଙ୍କୁ ଏକବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ନାୟକଙ୍କୁ ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଜରିମାନା ଅନାୟେ ଅଧିକଦୁଇମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି ।

ରାମଚନ୍ଦ୍ର କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୧୯୯୪ ଜୁଲାଇ ୩୦ରେ ଚଢ଼ାଉ କରିଥିଲା ।

ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ଘର, ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ଥିବା ପୈତୃକ ବାସଭବନ ସହ ଚାରୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା ।

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଥିଲା । ୧ ଲକ୍ଷ ୮୭ ହଜାର ଟଙ୍କାର ଆୟ ବର୍ହିଭୂତ ସଂପତି ଥିବା ପ୍ରମାଣିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version