Site icon Odisha.com

ଆହୁରି ଚାରି ପାଞ୍ଚଦିନ ଗ୍ରୀଷ୍ମପ୍ରବାହ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓ ଉତ୍ତର ଦିଗରୁ ଗରମ ପବନ ପ୍ରବାହିତ ହେଉଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଉପର ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଟ୍ରାପଲାଇନ ଯାଇଥିଲେ ମଧ୍ୟ ତାହାର ପ୍ରଭାବରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ଆଂଶକା ରହିଛି କିନ୍ତୁ ଏହା ତାପମାତ୍ରାକୁ ପ୍ରଭାବିତ କରୁନାହିଁ । କେବଳ ସାମୟିକ ଭାବେ ୧ରୁ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଉଛି ବୋଲି କୁହାଯାଇଛି ।

ତେବେ ମଙ୍ଗଳବାର ମଧ୍ୟ ପଶ୍ଚିମ ଓଡ଼ିଶାର ସୋନପୁର ସହରର ସର୍ବୋଚ୍ଚ ତାପମାତ୍ରା ୪୬ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ଟିଟିଲାଗଡ଼ ୪୫.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ସେହିପରି ସମ୍ବଲପୁରରେ ୪୪.୮, ବଲାଙ୍ଗୀର ୪୪, ହୀରାକୁଦ ୪୨.୩, ସୁନ୍ଦରଗଡ଼ ୪୪, ଝାରସୁଗୁଡା ୪୨.୪ ଓ ଅନୁଗୁଳର ତାପମାତ୍ରା ୪୨.୭ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version