Site icon Odisha.com

ବେଆଇନ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ଼୍ରାଇଭର ଗିରଫ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) କୋଲକାତା ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ମଙ୍ଗଳବାର ପୋଲିସ ଭଦ୍ରକ ଠାରେ ଜବତ କରିବା ସହ ଏହାର ଡ଼୍ରାଇଭରକୁ ଗିରଫ କରିଛି ।

କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସର ଏକଦଳ ଖୋର୍ଦ୍ଧା ବେଗୁନିଆରୁ ଆସୁଥିବା ଏହି ଟ୍ରକ୍କୁ ୫ନମ୍ବର ଜାତୀୟ ରାଜପଥର ଡ଼ାହାଣୀଗଡ଼ିଆ ଛକଠାରେ ଜବତ କରିଛନ୍ତି ।

ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିର୍ଦ୍ଦେଶରେ ଟାଉନ ଥାନାଧିକାରୀ ଗୋରୁ ଗୁଡ଼ିକୁ ଉଦ୍ଧାର କରି ରାଜଘାଟ ଛକ ସ୍ଥିତ ଗୋଶାଳାରେ ଛାଡ଼ିଦେଇଛନ୍ତି । ସଂପୃକ୍ତ ଡ଼୍ରାଇଭର ଧାମନଗର ଥାନା ବଜାରସାହି ନିବାସୀ ନୁର ଅହମ୍ମଦକୁ କୋର୍ଟ ଚାଲାଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ବେଆଇନ ଗୋରୁ ଚାଲାଣର ମୁଖ୍ୟ ପେଣ୍ଠ ସ୍ଥଳ ଭଦ୍ରକ ହୋଇଥିବା ବେଳେ ଚାଲାଣକାରୀଙ୍କ ସହ ହାତ ମିଳାଇଥିବା କେତେକ ପୋଲିସ କର୍ମଚାରୀଙ୍କ ମୋବାଇଲ ଟ୍ରାକିଂ କରି ଏସ୍ପି ସେମାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version