Site icon Odisha.com

ଜେଲ୍ ରେ ଥିବା ଆଦିବାସୀଙ୍କୁ ଖଲାସ କର: ଜୟରାମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) ବିନା କାରଣରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ନିକଟରେ ଓଡ଼ିଶା ଗସ୍ତ ସମୟରେ ସେ ଅନେକ ମାଓ ଉପ୍ରୁତ ଅଂଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ତେବେ କୌଣସି କାରଣ ନଥାଇ ଆଦିବାସୀମାନେ ଜେଲରେ ଥିବା ଜାଣିବାକୁ ପାଇଛନ୍ତି ବୋଲି ରମେଶ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଜଣାଇଛନ୍ତି । ସେମାନେ ଜେଲରୁ ତୁରନ୍ତ ମୁକ୍ତ ହେବା ଉଚିତ୍ ବୋଲି ସେ ଦର୍ଶାଇଛନ୍ତି ।

ଏ ବିଷୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀଙ୍କ ଠାରୁ ମଧ୍ୟ ଜାଣିବାକୁ ପାଇଛନ୍ତି । ଯେଉଁ ନୀରିହ ଆଦିବାସୀମାନେ ଛୋଟ ଘଟଣାରେ ଜେଲ୍ ରେ ଅଛନ୍ତି ସେମାନଙ୍କୁ ନ୍ୟାୟ ମିଳିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ରମେଶଙ୍କ ଏହି ଚିଠିକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଜଣେ କେନ୍ଦ୍ର ମନ୍ତ୍ରୀ କିପରି ହସ୍ତକ୍ଷେପ କରୁଛନ୍ତି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version