Site icon Odisha.com

ନୌସେନା ଭାଇସ୍ ଆଡ୍ମିରାଲଙ୍କ ନାଭାଲ୍ ବେସ୍ ସମୀକ୍ଷା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ବୀପ, ମଇ ୨୩(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ନୌସେନା ଇଷ୍ଟର୍ଣ୍ଣ ଫ୍ଲିଟ୍ କମାଣ୍ଡର ଭାଇସ୍ଆଡ୍ମିରାଲଅନିଲ୍ ଚୋପ୍ରା ବୁଧବାରଦିନିକିଆ ପାରାଦ୍ବୀପ ଗସ୍ତରେ ଆସି ଉପକୂଳ ସୁରକ୍ଷା ଓ ନାଭାଲ୍ ବେସ୍ ପ୍ରତିଷ୍ଠା ନେଇ ସମୀକ୍ଷା କରିଛନ୍ତି ।

ଏହାବ୍ୟତୀତ ବନ୍ଦର ସୁରକ୍ଷା ଓ ଆତଙ୍କବାଦୀ ହମ୍ଲା କୁ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବନ୍ଦର କର୍ତୃପକ୍ଷ, ବନ୍ଦର ସଚିବଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ତଥା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର କମାଣ୍ଡାନ୍ଟଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ।

ଚୋପ୍ରା ପାରାଦ୍ବୀପରେ ପ୍ରତିଷ୍ଠିତ ହେବାକୁ ଥିବା ନାଭାଲ୍ ସେଣ୍ଟର ବିଷୟରେ ସମୀକ୍ଷା କରିବା ସହ ଏନେଇ ପାରାଦ୍ବୀପ ବନ୍ଦର, ପିପିଏଲ୍ ଓ ତୈଳ ବିଶୋଧନାଗାରକୁ ଲାଗି ରହିଥିବା ଜମି ପରିଦର୍ଶନକରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version