Site icon Odisha.com

ଶିମିଳିପାଳ ଅଂଚଳରୁ ବାଘ ଚମଡ଼ା ଜବତ, ଦୁଇ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଶୁକାନ୍ତ ସାହୁ

ବାରିପଦା, ମଇ ୨୩(ଓଡ଼ିଶା ଡ଼ଟ୍ କମ୍) ଶିମିଳିପାଳ ଅନ୍ତର୍ଗତ ବଲିଆଡ଼ିହ ଗ୍ରାମରୁ ପୋଲିସ ଏବଂ ଜଙ୍ଗଲ ଅଧିକାରୀମାନେ ବୁଧବାର ବାଘ ଚମଡ଼ା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।

ଗିରଫ ବ୍ୟକ୍ତିମାନେ ହେଲେ କରୁଣାକର ମୁର୍ମୁ ଏବଂ ଲକ୍ଷ୍ମଣ ହେମ୍ବ୍ରମ । ଉଭୟେ ବେଆଇନ ଭାବେ ବାଘ ଚମଡ଼ା ବିକ୍ରୀ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ଜଣେ ଜଙ୍ଗଲ ଅଧିକାରୀ କହିଛନ୍ତି ।

ଏହି ବାଘ ଚମଡ଼ା ଜବତ କରିବାକୁ ବାରିପଦା ଡ଼ିଏଫ୍ଓ ବିଜୟ କୁମାର ପଣ୍ଡା, ପରିବେଶବିତ୍ ଭାନୁ ମିତ୍ର ଆଚାର୍ଯ୍ୟ ଓ ଜଙ୍ଗଲ ଅଧିକାରୀମାନେ ସତର୍କତାର ସହ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ।

ଚାରି ବର୍ଷ ବୟସ୍କ ବାଘର ଚମଡ଼ାକୁ ଅଭିଯୁକ୍ତ ଦ୍ଵୟ ୩୦ ହଜାର ଟଙ୍କାରେ ବିକ୍ରୀ କରିବାକୁ କଥାବାର୍ତା ହୋଇଥିଲେ । ଗତ ଚାରି ମାସ ଧରି ଆମେ ସମସ୍ତେ ଏହି ଲୋକଙ୍କ ଗତିବିଧି ଉପରେ ନଜର ରଖିଥିଲୁ ବୋଲି ପଣ୍ଡା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version