Site icon Odisha.com

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ୩୧ରେ ଓଡ଼ିଶା ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ଦର ବୃଦ୍ଧି ପ୍ରତିବାରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୩୧ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଜନବିରୋଧୀ । ଏହି ସରକାର ସମୟରେ ୧୧ଥର ପେଟ୍ରୋଲ ଦରବୃଦ୍ଧି ଘଟିଛି ।

ଦରବୃଦ୍ଧି ଯୋଗୁଁ କେବଳ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ ତାହା ନୁହେଁ ରାଜ୍ୟର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହେବ ବୋଲି ଘଡ଼ାଇ କହିଛନ୍ତି । ଏହିଦିନ ଏନ୍ଡ଼ିଏ ଓ ସହଯୋଗୀ ଦଳ ଗୁଡ଼ିକ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଛି ।

ଗତ ବୁଧବାର ମଧ୍ୟରାତ୍ରରୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୭ଟଙ୍କା ୫୦ ପଇସା ବୃଦ୍ଧି କରିଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version