Site icon Odisha.com

ବିଦ୍ୟୁତ କାଟ୍ ନେଇ ଗୃହ କମିଟିର ଉଦ୍ଦବେଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ୍ ନେଇ ବିଧାନସଭା ଗୃହ କମିଟି ଉଦ୍ଦବେଗ ପ୍ରକାଶ କରିଛି ।

ବିଦ୍ୟୁତ କାଟ୍ ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କମିଟି ପରାମର୍ଶ ଦେଇଛି ।

ବିଦ୍ୟୁତ କାଟ୍ କୁ  ବୈଠକରେ ଉପସ୍ଥିତ ବିଧାୟକମାନେ ବିରୋଧ କରିବା ସହ ଏଥିପାଇଁ ଘରୋଇ ବଂଟନ କମ୍ପାନୀଙ୍କୁ ଦାୟୀ କରିଛନ୍ତି ।

ରାଜ୍ୟରେ ଅସହ୍ୟ ଗରମ ଅନୁଭୁତ ହେବା ସହ ନଈ, ପୋଖରୀ ଓ କୂଅ ଇତ୍ୟାଦି ସୁଖି ଗଲାଣି । ଏହି
ସମୟରେ ବାରମ୍ବାର ବିଦ୍ୟୁତ କାଟ୍ ବେଡି ଉପରେ କୋରଡା ଭଳି ହୋଇଛି ବୋଲି ସେମାନେ କହିଛନ୍ତି ।

ତେବେ ରାଜ୍ୟରେ ତିନିଟି ଅଲଟ୍ରା ପାୱାର ପ୍ଳାଣ୍ଟ ପ୍ରତିଷ୍ଠା କରାଯିବ ଏବଂ ସେଥିରୁ ସୁନ୍ଦରଗଡ ଜିଲ୍ଲାର ବେଡାବାହାଲରେ ଗୋଟିଏ ପାଇଁ ସ୍ଥାନ ନିରୂପଣ ହୋଇଥିବା ବେଳେ ଅନ୍ୟଦୁଇଟି ବଲାଙ୍ଗିର ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version