Site icon Odisha.com

ତିନିଦିନରେ ଆକାଶ କ୍ଷେପଣାସ୍ତ୍ରର ଦ୍ୱିତୀୟ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ଗତ ତିନିଦିନ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା “ଆକାଶ” କ୍ଷେପଣାସ୍ତ୍ରର ଶନିବାର ଦ୍ୱିତୀୟ ପରୀକ୍ଷଣ କରାଯାଇଛି ।

୧୧ଟା ୧୦ରେ ତିନି ନମ୍ବର ଲଂଚପ୍ୟାଡ଼ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

୭୦୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୬୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି । ଗୁରୁବାର ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version