Site icon Odisha.com

ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମହୁତି ଉଦ୍ୟମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଅଂଚଳର ଜଣେ ବ୍ୟକ୍ତି ଶନିବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଛନ୍ତି ।

ହିଂଜିଳିକାଟୁ ନିର୍ବାଚନମଣ୍ଡଳୀ ବେଲଗାଁର ୪୫ ବର୍ଷ ବୟସ୍କ ସୁରେଶ ସାହୁ ଦେହରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଆତ୍ମହୁତି ଉଦ୍ୟମ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଜିଲ୍ଲା କାଶୀନଗର ତହସିଲ ଅନ୍ତର୍ଗତ ଟିକିରି ଗ୍ରାମରେ ତାଙ୍କର ଜମି ଗଣ୍ଡଗୋଳ ସମାଧାନରେ ବିଳମ୍ବ ହେବାରୁ ସେ ହତାଶ ହୋଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ ବୋଲି ସେ କହିଛନ୍ତି ।

ତେବେ ସଂପୃକ୍ତ ବ୍ୟକ୍ତିଙ୍କ ମାମଲା ରାୟଗଡ଼ା ଜିଲ୍ଲାର ହୋଇଥିବାରୁ ମାମଲାକୁ ସେଠାକାର ତହସିଲାରଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version