Site icon Odisha.com

ଔଷଧ ମଦ ମୃତ୍ୟୁ: ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ଘଟଣାରେ ସତ୍ୟପାଠ ଦାଖଲ କରିବାକୁ ରବିବାର ତଦନ୍ତ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

କମିଶନ ଅଧ୍ୟକ୍ଷ ଜଷ୍ଟିସ ନାଇଡ଼ୁ ଏହାର ଶୁଣାଣି କରି ଘଟଣା ଉପରେ କଣ ପଦକ୍ଷେପ ନିଆଯାଇଛି ସେସଂର୍ପକରେ ସତ୍ୟପାଠ ଦାଖଲ କରିବାକୁ ସ୍ୱାସ୍ଥ୍ୟ ସଚିବ ଓ ଅବକାରୀ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଜୁନ୍ ଆଠ ତାରିଖ ସୁଦ୍ଧା ସାକ୍ଷୀ ମାନଙ୍କ ତାଲିକା ଦାଖଲ କରିବାକୁ କହିଛନ୍ତି । ୩ ତାରିଖରେ କମିଶନ ଭୁବନେଶ୍ୱର ସ୍ଥିତ ସଂପୃକ୍ତ ଔଷଧ କାରଖାନା ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଉଭୟ ଜିଲ୍ଲାରେ ଗତ ଫେବୃୟାରୀ ମାସରେ ବିଷାକ୍ତ ଔଷଧ ମଦ ସେବନ କରି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇଥିଲେ । ଏହା ପରେ ସରକାର ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍ ନାଇଡ଼ୁ କମିଶନଙ୍କୁ ନିଯୁକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version