Site icon Odisha.com

ଭଦ୍ରକ: ଗୋରୁ ବୋଝେଇ ଗାଡ଼ି ଜବତ, ୩ ଅଟକ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକଜିଲ୍ଲା ଦିନକୁଦିନ ଚୋରା ଗୋରୁ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଥିବାବେଳେ ସୋମବାର ପୁଣି ଏକ ଗୋରୁ ବୋଝେଇ ଗାଡ଼ି ପୋଲିସ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛି ।

ପୁରୁଣା ବଜାର ଥାନା ଅଧିନସ୍ଥ ସନ୍ଥିଆ ନିଳକଣ୍ଠପୁର ନିବାସୀ ସେକ୍ ସୋହେଲ ଏବଂ ସେହି ଥାନା ଅଧିନସ୍ଥ ଦୁଇ ଗୋରୁ ବେପାରୀ ସୁକିନ୍ଦାରୁ ଏକ ଗାଡିରେ ୧୨ଟି ଗୋରୁ ବୋଝେଇ କରି ଭଦ୍ରକ ସନ୍ଥିଆ ଆଣୁଥିବା ବେଳେ ସଂଧ୍ୟାରେ ପୋଲିସ ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଧରିଥିଲା ।

ପୋଲିସ ଏକ ମାମଲା ରୁଜୁ କରିବା ସହ ଗାଈଗୋରୁ ଗୁଡ଼ିକୁ ସ୍ଥାନୀୟ ଗୋଶାଳାରେ ରଖାଯାଇ ଗାଡିକୁ ଜବତ କରିଛି ଏବଂ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ଗୋରୁ ଚାଲାଣର ପେଣ୍ଠସ୍ଥଳୀ ହୋଇଥିବା ଭଦ୍ରକରୁ ପଡୋଶୀ ରାଜ୍ୟ ପଶ୍ଚିମବଂଗ ସମେତ ବହୁ ଅଂଚଳକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଗୋରୁ ଗୁଡ଼ିକ ବୋଝେଇ ହୋଇ ଚୋରା ଚାଲାଣ ହୋଇଥାଏ ।

ନିକଟରେ ଏହି ଚୋରା ଗୋରୁ ଚାଲାଣକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ରାଜ୍ୟ ବଜରଂଗ ଦଳର କେତେକ ପ୍ରମୁଖଙ୍କ ସହ ଚୋରା ବେପାରୀଙ୍କ ଗଣ୍ଡଗୋଳ ହୋଇଥିଲା । ଏସ୍ପିଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ।

ଏହି ଘଟଣା ପରେ ଏସ୍ପି ଗୋରୁ ଚୋରା ଚାଲାଣ ରୋକିବା ଦିଗରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଗତଦୁଇମାସ ମଧ୍ୟରେ ଶତାଧିକ ଗୋରୁ ଜବତ କରି ସ୍ଥାନୀୟ ଗୋଶାଳାକୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version