Site icon Odisha.com

ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ଓଡ଼ିଶାରେ ପ୍ରବାସୀ ଭାରତୀୟ ସେଲ୍ ଖୋଲିବାକୁ ସେଠାକାର ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଲଣ୍ଡନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ରବିବାର ଓଡ଼ିଆ ସମାଜ ସଭାପତି ଡ଼. କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ପଟଲ୍ଲି ରେଷ୍ଟୁରାଣ୍ଟ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ନବୀନ ଓଡ଼ିଆ ଛାତ୍ର ସଂଘର ସଦସ୍ୟ ମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଛାତ୍ର ବୃତ୍ତି ତଥା ଭିସା ନିୟମ ନେଇ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ସଂପର୍କରେ ସଂଘ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଓଡ଼ିଶାର ହସ୍ତକଳା ହସ୍ତଶିଳ୍ପ ତଥା ହସ୍ତତନ୍ତ ବିଶେରେ ଓଡ଼ିଶାର ଗୌରବ ବଢାଇଛି । ଇଂଲଣ୍ଡରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ମହାନ୍ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ପ୍ରଚାର କରୁଥିବା ଆନନ୍ଦର ବିଷୟ ବୋଲି ଏହି ଅବସରରେ ନବୀନ କହିଥିଲେ ।

ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ତଥା ସାମାଜିକ କ୍ଷେତ୍ର ଏବଂ ଅନୁସୂଚିତ ଜନଜାତି ଲୋକମାନଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପକ୍ଷେପ ସଂର୍କରେ ସେ ସୂଚନା ଦେଇଥିଲେ ।

ଉତ୍ସବରେ ମନ୍ତ୍ରୀ ଉଷା ଦେବୀ ଓ ରମେଶ ଚନ୍ଦ୍ର ମାଝୀଙ୍କ ସମେତ ଓଡ଼ିଆ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version