Site icon Odisha.com

ଗୋଟିଏ ଦିନରେ ଆକାଶ କ୍ଷେପଣାସ୍ତ୍ରର ଦୁଇଥର ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ସୋମବାର ଆକାଶ କ୍ଷେପଣାସ୍ତ୍ରର ଦୁଇଥର ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଞ୍ଚ ପ୍ୟାଡ଼ରୁ ୧୧ଟା ୨ରେ ପ୍ରଥମ ଓ ୧୧ଟା ୫ରେଦ୍ୱିତୀୟ ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

୭୨୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୫୫ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି ।

ଭୂପୃଷ୍ଠରୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଗତ ଗୁରୁବାର ଏବଂ ଶନିବାର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version