ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ବିଜେଡିର ବରିଷ୍ଠ ନେତା ତଥା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନରେ ମଙ୍ଗଳବାର ରାତିରେ ଦଳୀୟ ନେତା, ମନ୍ତ୍ରୀ ଓ ବିଧାୟକ ଏକତ୍ରିତ ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ନେଇ ଚର୍ଚ୍ଚା ଚାଲିଛି ।
ତେବେ ପେଟ୍ରୋଲ ର ବୃଦ୍ଧି ପ୍ରତିବାଦରେ ଆସନ୍ତା ୩୧ ତାରିଖ ବନ୍ଦ ପାଳନ ଦୃଷ୍ଟିରୁ ବିଚାରବିମର୍ଶ ପାଇଁ ଆଲୋଚନା କରାଯାଇଛି ବୋଲି ଗଣମାଧ୍ୟକୁ କୁହାଯାଇଛି ।
ଦଳକୁ ଦୀର୍ଘ ୧୨ ବର୍ଷ ଧରି ଦିଗଦର୍ଶନ ଦେଇଆସୁଥିବା ମହାପାତ୍ରଙ୍କୁ ଭେଟି ପରାମର୍ଶ ନେବାରେକୌଣସି ପ୍ରତିବନ୍ଧକ ନାହିଁ । ତେଣୁ ଏଥିନେଇ କୌଣସି ସନ୍ଦେହ ପ୍ରକଟ କରିବା ଆବକ୍ୟକ ନାହିଁ ବୋଲି ଜଣେ ଦଳୀୟ ନେତା କହିଛନ୍ତି ।
ସନ୍ଧ୍ୟା ଠାରୁ ବହୁ ଦଳୀୟ ନେତା, ବିଧାୟକ ପ୍ୟାରୀଙ୍କୁ ଭେଟିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଅନ୍ୟପକ୍ଷରେ ଦଳର କେତେକ ବିଧାୟକ ଓ ମନ୍ତ୍ରୀମାନେ ନବୀନ ନିବାସରେ ମଧ୍ୟ ଏକତ୍ରିତ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍