Site icon Odisha.com

ବିଜ୍ଞାନରେ ସୌମ୍ୟା, କଳାରେ ବେସ୍ମିତା ଟପ୍ପର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଟପ୍ପର ତାଲିକା ବିଜ୍ଞାନ କଳା ବାଣିଜ୍ୟ

ଭୁବନେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ବିଜେବି ଜୁନିୟର କଲେଜ ଛାତ୍ରୀ ସୌମ୍ୟା ସନ୍ଦିପ ୫୬୦ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ସେହିପରି କଳାରେ ରେଭେନ୍ସା ଜୁନିୟର କଲେଜ ଛାତ୍ରୀ ବେସ୍ମିତା ଷଡ଼ଙ୍ଗୀ ୫୨୧ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ କଟକ କେବିଆର୍ କଲେଜ ଛାତ୍ର ପ୍ରିୟବ୍ରତ ବାରିକ ୫୬୨ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ବିଜ୍ଞାନରେ ମୋଟ୍ ୭୨.୫୩ ପ୍ରତିଶତ ଛାତ୍ର ଛାତ୍ରୀ ପାସ୍ କରିଥିବା ବେଳେ କଳାରେ ୭୦.୬୩ ପ୍ରତିଶତ ଏବଂ ବାଣିଜ୍ୟରେ ୬୭.୦୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ବିଜ୍ଞାନରେ ସର୍ବାଧିକ ୧୭ ହଜାର ୧୯୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୧୨ ହଜାର ୩୮୧ ଜଣ ଏବଂ ବାଣିଜ୍ୟରେ ୪ ହଜାର ୬୩୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତ ବର୍ଷ ୨ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version