Site icon Odisha.com

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି ।

ବିଜ୍ଞାନରେ ମୋଟ୍ ୭୨.୫୩ ପ୍ରତିଶତ ଛାତ୍ର ଛାତ୍ରୀ ପାସ୍ କରିଥିବା ବେଳେ କଳାରେ ୭୦.୬୩ ପ୍ରତିଶତ ଏବଂ ବାଣିଜ୍ୟରେ ୬୭.୦୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ସର୍ବାଧିକ ୧୭ ହଜାର ୧୯୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୧୨ ହଜାର ୩୮୧ ଜଣ ଏବଂ ବାଣିଜ୍ୟରେ ୪ ହଜାର ୬୩୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version