Site icon Odisha.com

ଯୁକ୍ତଦୁଇ କଳା: ୨୦ଜଣଙ୍କ ମଧ୍ୟରେ ବରପାଲିର ୨ ଛାତ୍ରୀ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରପାଲି, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ପ୍ରଥମ ୨୦ ଜଣଙ୍କ ମଧ୍ୟରେ ବରପାଲି ଜଗବନ୍ଧୁ ଦାଶ ମହିଳା କଲେଜରଦୁଇଜଣ ଛାତ୍ରୀ ସ୍ଥାନ ପାଇଛନ୍ତି ।

ଉକ୍ତ କଲେଜର ଛାତ୍ରୀ ଲିସା ଭୋଇ ୪୮୯ ନମ୍ବର ରଖି ୧୨ନମ୍ବରରେ ଓ ଭାଗ୍ୟଶ୍ରୀ ପ୍ରଧାନ ୪୮୦ ନମ୍ବର ରଖି ୧୯ନମ୍ବର ସ୍ଥାନରେ ରହିଛନ୍ତି ।

ପ୍ରଥମ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଆଶା ରଖିଥିଲି ଓ ଏହି ଖବର ପ୍ରଥମେ ବାପାଙ୍କଠୁଁ ପାଇ ଅତ୍ୟନ୍ତ ଖୁସି ଅନୁଭବ କରିଥିଲି ବୋଲି ଲିସା କହିଛନ୍ତି ।

ଏହି ସଫଳତା ପାଇଁ ସେ ତାଙ୍କ ଅଧ୍ୟାପକ ତଥା କୋଚିଂ ଶିକ୍ଷକଙ୍କ ଅବଦାନ ବୋଲି କହିଛନ୍ତି । ବ୍ୟାଙ୍କିଙ୍ଗ ଲାଇନରେ ଯିବାକୁ ଚାହୁଁ ଥିଲେ ମଧ୍ୟ ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ପରିବାର ଲୋକେ ତାଙ୍କୁ ସିଟି ଟ୍ରେନିଂ କରିବାକୁ ସ୍ଥିର କରିଥିବା ସେ କ୍ଷୋଭର ସହ କହିଛନ୍ତି ।

ସେହିପରି ଏହି କଲେଜର ଅନ୍ୟତମ ଛାତ୍ରୀ ଭାଗ୍ୟଶ୍ରୀ ପ୍ରଧାନ ବରପାଲି ତହସିଲ ଛକ ନିବାସୀ ଚୁଡାମଣି ପଧାନ ଓ ଅଂଜଳୀ ପ୍ରଧାନଙ୍କ କନ୍ୟା କୌଣସି ଟ୍ୟୁସନ ନକରି କଲେଜ ଅଧ୍ୟାପକଙ୍କ ସାହାଯ୍ୟ ନେଇ ଏହି ସଫଳତା ପାଇଥିବା ବେଳେ ଆହୁରି ଅଧିକ ମାର୍କ ଆଶା କରିଥିଲି ବୋଲି କହିଛନ୍ତି

ଭବିଷ୍ୟତରେ ଡିଫେନସ୍ ରେ ଯୋଗ ଦେଇ ବିମାନ ଚଳାଇବାରେ ପ୍ରବଳ ଆଗ୍ରହ ଅଛି ବୋଲି କହିଛନ୍ତି । ଭାଗ୍ୟଶ୍ରୀ ପାଠପଢା ବ୍ୟତୀତ କ୍ରୀଡା,ଚାରୁକଳା ଓ ନାଟ୍ୟ ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version