• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଯୁକ୍ତଦୁଇ ପରୀକ୍ଷାରେ ବିକାଶ ଜୁନିଅର କଲେଜର ସଫଳତା

May 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼,ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ବରଗଡ଼ ସ୍ଥିତ ବିକାଶ ଜୁନିୟର କଲେଜର ଛାତ୍ରଛାତ୍ରୀ ଅତୁଳନୀୟ ସଫଳତା ହାସଲ କରିଛନ୍ତି ।

ଦୀପକ କୁମାର ସାହୁ ୮୮.୮୩ ପ୍ରତିଶତ, ଶ୍ୱେତାପ୍ମା ପ୍ରଧାନ ୮୮.୬୬ ପ୍ରତିଶତ ଓ ଚନ୍ଦନ କୁମାର ଦାସ ୮୭.୮୩ ପ୍ରତିଶତ ନମ୍ବର ରଖି ରାଜ୍ୟରେ ଶୀର୍ଷ ୨୦ ଜଣ ତାଲିକାରେ ୧୨, ୧୩ ଓ ୧୭ ତମ ସ୍ଥାନ ହାସଲ କରିଛନ୍ତି ।

ଏହି ସଫଳତା ପାଇଁ ବିକାଶ ଜୁନିୟର କଲେଜର ଅଧ୍ୟକ୍ଷ ସମରେନ୍ଦ୍ର ନାଥ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର କଠିନ ପରିଶ୍ରମ, କଲେଜର ଉଚ୍ଚମାନର ଶିକ୍ଷା ପଦ୍ଧତି ଏବଂ ଅନୁଭବି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ପ୍ରଚେଷ୍ଟା ଏବଂ ପରିଚାଳନା କମିଟିର ତତ୍ୱାବଧାନତାକୁ ଶ୍ରେୟ ଦେଇଛନ୍ତି ।

ରାଜ୍ୟରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାର ପାସ ହାର ୭୨.୫୩ ପ୍ରତିଶତ ରହିଥିବା ବେଳେ ବିକାଶ ଜୁନିୟର କଲେଜର ବିଜ୍ଞାନରେ ୪୦୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୯ ପ୍ରତିଶତ ପାସ୍ ହାରରେ ୪୦୪ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି ବାଣିଜ୍ୟରେ ପାସ୍ ହାର ୬୭.୦୩ ପ୍ରତିଶତ ରହିଥିବା ବେଳେ ଉକ୍ତ କଲେଜର ୭୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୧ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପରିଶ୍ରମ, ପରୀକ୍ଷାର୍ଥୀ, ବରଗଡ ବିକାଶ ଜୁନିଅର କଲେଜ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version