Site icon Odisha.com

ଓଡ଼ିଶା ଜେଇଇ: ପ୍ରସନ୍ନଜିତ୍ ମେଡ଼ିକାଲ ଟପ୍ପର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ମେଡ଼ିକାଲରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସନ୍ନଜିତ୍ ପଟ୍ଟନାୟକ ଟପ୍ପର ହୋଇଛନ୍ତି ।

ସେହିପରି ଇଂଜିନିୟରିଂରେ ଭୁବନେଶ୍ୱରର ହୃଦୟ ରଂଜନ ସାହୁ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ଫାର୍ମାଶୀରେ ଅଶୋକ ଅଗ୍ରୱାଲ ଟପ୍ପର ହୋଇଛନ୍ତି । ଏମ୍.ବି.ଏରେ କେନ୍ଦୁଝର ଜିଲ୍ଲାର ରାଣୀ ମିତ୍ତଲ ଏବଂ ଏମ୍.ସି.ଏ ରେ ରସାନନ୍ଦ ସାହୁ ଟପ୍ପର ହୋଇଛନ୍ତି ।

ଚଳିତ ବର୍ଷ ମୋଟ୍ ୬୩ ହଜାର ୬୩୬ ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଫାର୍ମାଶୀ ପାଇଁ ୧୬ ହଜାର ୮୫୯ ଜଣ, ମ୍.ସି.ଏ ଓ ପିଜିଡ଼ିଏମ୍ ପାଇଁ ୩ ହଜାର ୫୩୫ ଏବଂ ମେଡ଼ିକାଲ ପାଇଁ ୨ ହଜାର ୮୫୨ ଜଣ ଯୋଗ୍ୟତା ହାସଲ କରିଛନ୍ତି ।

ଚଳିତ ବର୍ଷ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version