Site icon Odisha.com

ଚାଟାର୍ଡ଼ ଆକାଉନ୍ଟାନ୍ଟ ହେବା ବାଣିଜ୍ୟ ଟପ୍ପରଙ୍କ ଇଚ୍ଛା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ମଇ ୩୧(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉନ୍ଟାନ୍ଟ ହେବା ମୋର ଲକ୍ଷ୍ୟ ବୋଲି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ୫୬୨ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ପ୍ରିୟବ୍ରତ ବାରିକ କହିଛନ୍ତି ।

କଲେଜ ପାଠପଢ଼ା ବ୍ୟତୀତଦିନକୁ ପ୍ରାୟ ୭ ରୁ ୮ ଘଂଟା ପାରିଶ୍ରମ କରୁଥିବା ବେଳେ ପିତାମାତା ଓ କଲେଜ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ ଏହି ସଫଳତା ପାଇଥିବା ପ୍ରିୟବ୍ରତ କହିଛନ୍ତି ।

କଟକ କଳିଙ୍ଗ ଭାରତୀ ଆବାସିକ ମହାବିଦ୍ୟାଳୟ ଛାତ୍ର ପ୍ରିୟବ୍ରତଙ୍କ ପିତା ଗଜେନ୍ଦ୍ର ବାରିକ ସମ୍ବଲପୁର ଜିଲ୍ଲାରେ ପଂଚାୟତ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ଜ୍ୟୋସ୍ନାରାଣୀ ବାରିକ ଜଣେ ଗୃହିଣୀ ।

ତାଙ୍କ ନିଜ ଘର ବୌଦ୍ଧ ଜିଲ୍ଲାରେ ହୋଇଥିବା ବେଳେ ବର୍ତମାନ ସେ ପିତାମାତାଙ୍କ ସହ ସମ୍ବଲପୁରରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version