Site icon Odisha.com

ଯୁକ୍ତଦୁଇ ପରୀକ୍ଷାରେ ବିକାଶ ଜୁନିଅର କଲେଜର ସଫଳତା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼,ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ବରଗଡ଼ ସ୍ଥିତ ବିକାଶ ଜୁନିୟର କଲେଜର ଛାତ୍ରଛାତ୍ରୀ ଅତୁଳନୀୟ ସଫଳତା ହାସଲ କରିଛନ୍ତି ।

ଦୀପକ କୁମାର ସାହୁ ୮୮.୮୩ ପ୍ରତିଶତ, ଶ୍ୱେତାପ୍ମା ପ୍ରଧାନ ୮୮.୬୬ ପ୍ରତିଶତ ଓ ଚନ୍ଦନ କୁମାର ଦାସ ୮୭.୮୩ ପ୍ରତିଶତ ନମ୍ବର ରଖି ରାଜ୍ୟରେ ଶୀର୍ଷ ୨୦ ଜଣ ତାଲିକାରେ ୧୨, ୧୩ ଓ ୧୭ ତମ ସ୍ଥାନ ହାସଲ କରିଛନ୍ତି ।

ଏହି ସଫଳତା ପାଇଁ ବିକାଶ ଜୁନିୟର କଲେଜର ଅଧ୍ୟକ୍ଷ ସମରେନ୍ଦ୍ର ନାଥ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର କଠିନ ପରିଶ୍ରମ, କଲେଜର ଉଚ୍ଚମାନର ଶିକ୍ଷା ପଦ୍ଧତି ଏବଂ ଅନୁଭବି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ପ୍ରଚେଷ୍ଟା ଏବଂ ପରିଚାଳନା କମିଟିର ତତ୍ୱାବଧାନତାକୁ ଶ୍ରେୟ ଦେଇଛନ୍ତି ।

ରାଜ୍ୟରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାର ପାସ ହାର ୭୨.୫୩ ପ୍ରତିଶତ ରହିଥିବା ବେଳେ ବିକାଶ ଜୁନିୟର କଲେଜର ବିଜ୍ଞାନରେ ୪୦୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୯ ପ୍ରତିଶତ ପାସ୍ ହାରରେ ୪୦୪ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି ବାଣିଜ୍ୟରେ ପାସ୍ ହାର ୬୭.୦୩ ପ୍ରତିଶତ ରହିଥିବା ବେଳେ ଉକ୍ତ କଲେଜର ୭୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୧ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version