Site icon Odisha.com

ଇଣ୍ଡୋ-ଇଉରୋପିଆନ୍ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍) ଲଣ୍ଡନ ସ୍ଥିତ ଇନ୍ଷ୍ଟିଚୁ୍ୟଟ ଅଫ୍ ଡ଼ାଇରେକ୍ଟରେସ୍ ଠାରେ ଇଣ୍ଡୋ-ଇଉରୋପିଆନ୍ ବିଜିନେସ୍ ଫେରମ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଲଣ୍ଡନ ଗସ୍ତ ସମୟରେ ଗତ ୨୮ ତାରିଖରେ ଏହି ସମ୍ବର୍ଦ୍ଧନା ଦିଆଯିବାସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଫୋରମ୍ ପକ୍ଷରୁ ଶିଳ୍ପପତିମାନେ ପ୍ରଶଂସା କରିଛନ୍ତି ।

ତେବେ ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ପାଇଁ ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।

ରାଜ୍ୟରେ ଘରୋଇ ସରକାରୀ ବିଭାଗର(ପିପିପି) ପ୍ରକଳ୍ପ ଗୁଡ଼ିକ ଠିକ୍ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ପେଶାଲ ପରପୋଜ୍ ଭେହିକିଲ(ଏସ୍ପିଭି) ଗଠନ ପାଇଁ ସେମାନେ ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶାରେ ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରରେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଛି । ତେଣୁ ଆନୁସାଙ୍ଗିକ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ନବୀନ ଶିଳ୍ପପତି ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରକଳ୍ପ ଗୁଡ଼ିକ ପାଇଁ ଏକ ସ୍ୱଚ୍ଛ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରହିଛି ଏବଂ ପିପିପି ପ୍ରକଳ୍ପ ପାଇଁ ଏକ ଏସ୍ପିଭି ଗଠନ କରିବା ପ୍ରସ୍ତାବକୁ ସରକାର ଗୁରୁତ୍ୱର ସହ ବିଚାର କରିବେ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version