Site icon Odisha.com

ଆକାଶ କ୍ଷେପଣାସ୍ତ୍ରର ପୁଣିଦୁଇଥର ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜୁନ୍ ୧(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ଶୁକ୍ରବାର ବାୟୁସେନା ପକ୍ଷରୁ ଆକାଶ କ୍ଷେପଣାସ୍ତ୍ରରଦୁଇଥର ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଂଚ ପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିବା ଏହି କ୍ଷେପଣାସ୍ତ୍ରର ୫୫ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେ କ୍ଷମତା ରହିଛି ।

ଭୂପୃଷ୍ଠରୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ୭୨୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଗତ ମାସ ୨୪, ୨୬ ଓ ୨୮ ତାରିଖରେ ସଫଳ ପରୀକ୍ଷଣ କରାଯାଇଥିଲା ।

ପରୀକ୍ଷଣ ସମୟରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version