Site icon Odisha.com

ମର୍ମନ୍ତୁ ସଡ଼କ ଦୁର୍ଘଟଣାରେ ୯ ମୃତ, ୧୦ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜୁନ୍ ୫(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳରେ ମଙ୍ଗଳବାର ଭୋର ସମୟରେ ଏକ ମର୍ମନ୍ତୁ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହ ଦଶ ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ପଶ୍ଚିମବଙ୍ଗ ମେଦିନାପୁରରୁ କେତେକ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିବା ବସ୍ଟି ପାଂଚ ନମ୍ବର ଜାତୀୟ ରାଜପଥର ଜାମଝଡ଼ି ଠାରେ ଛିଡ଼ା ହୋଇଥିଲା ।

ଏହି ସମୟରେ ପଛପଟୁ ଅସୁଥିବା ଚୂନପଥର ବୋଝେଇ ଟ୍ରକ୍ଟି ବସ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ବସ୍ରୁ ଓହ୍ଲାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ତୀର୍ଥଯାତ୍ରୀମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ ।

ଘଟଣାସ୍ଥଳରେ ତିନି ଜଣ ମହିଳାଙ୍କ ସମେତ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍
ମର୍ମନ୍ତୁ ସଡ଼କ ଦୁର୍ଘଟଣାରେ ୯ ମୃତ, ୧୦ ଆହତ

Exit mobile version