Site icon Odisha.com

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୪(ଓଡିଶା ଡଟ୍ କମ୍) ସୋମବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜ ବେଶ ଖେିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରରୁ ମହାପ୍ରଭୁଙ୍କୁ ମଙ୍ଗଳାପର୍ଣ, ଡୋର ଲାଗି, ପୁଷ୍ପାଞ୍ଜଳି ଲାଗି ସୂର୍ଯ୍ୟପୂଜା, ଦ୍ଵାରପୂଜା ପ୍ରଭୁତି ହେବା ପରେ ତିନିଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ।

ଏହି ଅବସରରେ ପ୍ରଭୁ ଜଗନ୍ନାଥ ଭାଇ-ଭଉଣୀଙ୍କ ସହ ବଡ ଦେଉଳରୁ ବାହାରି ସ୍ନାନ ବେଦୀକୁ ଆସିଛନ୍ତି । ଜ୍ୟେଷ୍ଠର ଅସହ୍ୟ ଗରମ ସହ୍ୟ କରି ନପାରି ଉତ୍ତର ଦିଗରେ ଅବସ୍ଥିତ ଗଭୀର କୂପର ଶୀତଳ ଜଳରେ ସ୍ନାନ କରିଛନ୍ତି ।

ଆନନ୍ଦବଜାର ସ୍ଥିତ ଉତ୍ତର ପୂର୍ବ କୋଣରେ ରହିଥିବା ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଇବା ପରେ ଗଜପତି ମହାରାଜା ିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି ।

ଏହାପରେ ଠାକୁରମାନେ ଗଜ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ସକାଳଧୂପ ଭୋଗ ଅନୁଷ୍ଠିତ ହେବ । ଆଜିଦିନ ଯାକ କେବଳ ଏହି ଗୋଟିଏ ଭୋଗ ହିଁ ଠାକୁରଙ୍କ ପାଖରେ ଲାଗି ହେବ ।

ପରେ ସଂଧ୍ୟାରେ ସାହାଣ ମେଳା ଅନୁଷ୍ଠିତ ହେବ ରାତି ସାଢେ ୧୦ଟା ପରେ ଠାକୁରମାନେ ଅଣସର ଘରକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମହାପ୍ରଭୁ ୧୫ଦିନ ରହିବା ପରେ ପୁଣି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସ୍ନାନ ମଣ୍ଡପ ନିକଟରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି ।

ଓଡିଶା ଡଟ୍ କମ୍

Exit mobile version