Site icon Odisha.com

୪୦ ବର୍ଷର ରେକର୍ଡ଼ ଭାଙ୍ଗିଲା ରାଜଧାନୀ ତାପମାତ୍ରା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୫(ଓଡ଼ିଶା ଡ଼ଟ୍ କମ୍) ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଗତ ୪୦ ବର୍ଷର ରେକର୍ଡ଼ ଭଙ୍ଗ କରିଥିବା ବେଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୬ ଡ଼ିଗୀ ଉପରେ ରହିଛି ।

୧୯୭୨ ମଇ ୨୨ରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୬.୫ ଡ଼ିଗ୍ରୀ ରହିଥିବା ବେଳେ ସୋମବାର ୪୫.୯ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା ।

ଦିନ ୧୦ଟାରୁ୫ଟା ପର୍ଯ୍ୟନ୍ତ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଏହି ସମୟରେ ସହରର ରାସ୍ତା ମଧ୍ୟ ଶୁନଶାନ୍ ହୋଇପଡୁଛି ।

ତାଳଚେରର ସର୍ବୋଚ୍ଚ ତାପମାତ୍ରା ୪୭.୩ ଡ଼ିଗ୍ରୀ ରହିଥିବା ବେଳେ ଚାନ୍ଦବାଲି ୪୭.୨, ଟିଟିଲାଗଡ଼ ୪୭.୦, ବାରିପା ୪୬.୧, ବାଲେଶ୍ୱର ୪୬.୦, ଅନୁଗୁଳ ୪୫.୯ ଏବଂ ସମ୍ବଲପୁରର ତାପମାତ୍ରା ୪୫.୩ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ଼ କରାଯାଇଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version