Site icon Odisha.com

ମାଛଧରାକୁ କେନ୍ଦ୍ର କରି ଆକ୍ରମଣ, ୩ ଗୁରୁତର ୧ ନିଖୋଜ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁନ୍ ୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଶୁକ୍ରବାର ମାଛ ଧରାକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ଆହତ ହୋଇଥିବା ବେଳେ ଅନ୍ୟଜଣେ ମହିଳା ନିଖୋଜ ଅଛନ୍ତି ।

ଅଗରପଡ଼ା ଥାନା ଅଧିନସ୍ଥ ବୋଡ଼କ ପାଟଣା ଗ୍ରାମରେ ଏକ ପୋଖରୀରେ ଉକ୍ତ ଗ୍ରାମର ଲକ୍ଷ୍ମଣ ରାଉତଙ୍କ ପୁତ୍ର ରମେଶ ରାଉତ, ରାଜକିଶୋର ରାଉତ ଓ ଚକ୍ରଧର ରାଉତ ପମ୍ପ ଲଗାଇ ମାଛ ଧରୁଥିବା ବେଳେ ଏହା ଯୌଥ ସମ୍ପତି ହୋଇଥିବାରୁ ଶ୍ରୀଧର ଏହାକୁ ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ବ୍ୟକ୍ତିମାନେ ଶ୍ରୀଧର ସମେତ ତାଙ୍କ ପରିବାର ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଶ୍ରୀଧର ଓ ତାଙ୍କ ଦୁଇ କନ୍ୟା ଆହତ ହୋଇଥିଲେ ।

ତେବେ ଉକ୍ତ ଲୋକମାନେ ଶ୍ରୀଧରଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଶ୍ରୀଧର ଏନେଇ ଥାନାକୁ ଯିବାକୁ ଚାହିଁବାରୁ ସଂପୃକ୍ତ ଅଭିଯୁକ୍ତ ମାନେ ତାଙ୍କୁ ଥାନାକୁ ଯିବାକୁ କିମ୍ବା ଆହତଙ୍କୁ ଡ଼ାକ୍ତରଖାନା ଯିବାକୁ ଦେଇନଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version