Site icon Odisha.com

ସମ୍ବଲପୁର: ନକଲି ବିଦେଶୀ ମଦ କାରଖାନା ଠାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଜୁନ୍ ୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲା ଧନୁପାଲି ଅଂଚଳରୁ ଶୁକ୍ରବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଥିବା ପୋଲିସ କହିଛି ।

ପୁଟିବନ୍ଧ ସ୍ଥିତ ଏକ ଘରେ ଏହି ନକଲି କାରଖାନା ଚାଲିଥିବା ବିଷୟରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସର ଏକ ଦଳ ସେଠାରେ ଚଢାଉ କରିଥିଲା ।

ଉକ୍ତ ଘରୁ ପ୍ରାୟ ୪୦ ଲିଟର ସ୍ପିରିଟ୍, ୫ ଲିଟର୍ ରଙ୍ଗ, ନାମି ଦ।ମି ବିଦେଶୀ କମ୍ପାନୀ ତଥା ମଦ ତିଆରିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରିଛି ।

ତେବେ ଚଢାଉ ସମୟରେ ଘର ମାଲିକ ଫେରାର ହୋଇଯାଇଥିବା ପୋଲିସ କହିଛି । ସେ ନକଲି ବିଦେଶୀ ମଦ ସମ୍ବଲପୁର ଓ ଏହାର ଆଖପାଖ ଅଂଚଳରେ ବେଆଇନ ଭାବେ ବ୍ୟବସାୟୀଙ୍କୁ ଯୋଗାଉଥିବା ପୋଲିସ ସନ୍ଦେହ କରୁଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version