Site icon Odisha.com

କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୯(ଓଡ଼ିଶା ଡ଼ଟ୍ କମ୍) କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମରେ ଶନିବାର କୁଅ ସଫା କରିବାକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ପୂର୍ବାହ୍ନରେ ଉକ୍ତ ଗ୍ରାମର ସେକ୍ ହବିବ୍ ମିର୍ଜା ତାଙ୍କ କୁଅ ସଫା କରୁଥିବା ବେଳେ ହଠାତ୍ ଅଣନିଃଶ୍ୱାସୀ ହୋଇ ଚିତ୍କାର କରିଥିଲେ । ଏହି ସମୟରେ ତାଙ୍କର ସାନଭାଇ ତାଙ୍କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଯାଇଥିଲେ ସେ ମଧ୍ୟ ଅଣନିଶ୍ୱାସୀ ହୋଇପଡ଼ିଥିଲେ ।

ଦୀର୍ଘ ସମୟଧରି ଉଭୟେ କୂଅରୁ ବାହାରକୁ ନଆସିବାକୁ ଲୋକମାନେ ଦମକଳ ବାହିନୀ ଓ ଓଡ଼୍ରାଫ ଟିମ୍ କୁ ଖବର ଦେଇଥିଲେ । ଓଡ଼୍ରାଫ୍ ଟିମ୍ ସେଠାରେ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version