Site icon Odisha.com

ଚାଷୀମୂଲିଆ ସଂଘ ଉପଦେଷ୍ଟ ଗଣନାଥ ପାତ୍ର ଜେଲରୁ ଖଲାସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) କେରାପୁଟ ଜିଲ୍ଲା ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ଉପଦ୍ଦେଷ୍ଟା ଗଣନାଥ ପାତ୍ର ଦୀର୍ଘ ୩୦ ମାସ ଧରି ଜେଲରେ ରହିବା ପରେ ମଙ୍ଗଳବାର ଖଲାସ ହୋଇଛନ୍ତି ।

ଖଲାସ ହେବା ପରେ ସେ ଚୌଦ୍ୱାରରୁ ଭୁବନେଶ୍ୱର ଆସିଥିଲେ ଏବଂ ଅସୁସ୍ଥତା କାରଣରୁ ସେ ତାଙ୍କ ଘରରାଉରକେଲା ବାସଭବନକୁ ଯିବେ ବୋଲି କହିଛନ୍ତି

ତାଙ୍କ ବିରୋଧରେ ଥିବା ୬ ମାମଲା ମଧ୍ୟରୁ ୪ ମାମଲାରେ ସେ ଆଜି ଖଲାସ ହୋଇଥିବା ବେଳେ ଆଉ ଦୁଇଟି ମାମଲାରେ ୧୫ଦିନ ପୂର୍ବରୁ ଜାମିନ ପାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version