Site icon Odisha.com

ବିପର୍ଯ୍ୟୟ ଦ୍ୱାରାକ୍ଷତିଗ୍ରସ୍ତ ପରିବାର ପାଇଁ ୫ ହଜାର ମୋକୁଡ଼ିଆ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) ବନ୍ୟା, ବାତ୍ୟା ତଥା ଉପକୂଳ କ୍ଷୟ ଆଦି ପ୍ରାକୃତିକ ବିପର୍ଯ୍ୟୟ ଏବଂ ହିଂସା ଦ୍ୱାରାପ୍ରଭାବିତ ପରିବାର ପାଇଁ ସରକାର ଚଳିତ ବର୍ଷ ନିମନ୍ତେ ପାଂଚ ହଜାର ମୋ କୁଡ଼ିଆ ସ୍ୱତନ୍ତ୍ର ଭାବରେ ମଂଜୁର କରିଛନ୍ତି ।

ତଦନୁଯାୟୀ ଢେଙ୍କାନାଳ ଜିଲ୍ଲାର ପଜରଙ୍ଗ ଏବଂ କାମାକ୍ଷାନଗର ବ୍ଲକର ଅଗ୍ନି କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କ ପାଇଁ ପାଂଚଶହ ମୋ କୁଡ଼ିଆ ମଂଜୁର କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପାଂଚଶହ ଓ ବୌଦ୍ଧ ଜିଳ୍ଲାରେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ପାଇଁ ଦୁଇ ଶହ ମୋ କୁଡ଼ିଆ ଘର ମଂଜୁର କରାଯାଇଛି ।

ସେହିପରି ମାଓ ପ୍ରଭାବିତ ନାରାୟଣପାଟଣା ବ୍ଲକ ପାଇଁ ୧୫୦୦ ମୋ କୁଡ଼ିଆ ଘର ମଂଜୁର
କରାଯାଇଥିବା ବେଳେ ଉପକୂଳ କ୍ଷୟ ଦ୍ୱାରାବିସ୍ଥାପିତ ଗଞ୍ଜାମର ନୋଳିଆ ପରିବାର ପାଇଁ ୧୪୬ଟି ମୋ କୁଡ଼ିଆ ମଂଜୁର କରାଯାଇଛି ।

ଭବିଷ୍ୟତରେ ଏହିଭଳି ବିପର୍ଯ୍ୟୟ ଆଶଂକାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତଙ୍କୁ ଯୋଗାଇ ଦେବା ପାଇଁ ୨୧୫୪ଟି ମୋ କୁଡ଼ିଆ ଘର ସଂରକ୍ଷିତ ରଖାଯାଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଏହି ଯୋଜନାରେ ହିତାଧିକାରୀଙ୍କୁ ୪୫ ହଜାରରୁ ୪୮ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version