Site icon Odisha.com

୨୦୧୪ ମାର୍ଚ୍ଚ ସୁଦ୍ଧା କଳିଙ୍ଗନଗର ପ୍ରକଳ୍ପରୁ ଉତ୍ପାଦନ: ଉପାଧ୍ୟକ୍ଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) ୨୦୧୪ ମାର୍ଚ୍ଚ ସୁଦ୍ଧା ଟାଟାର କଳିଙ୍ଗନଗର ଇସ୍ପାତ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ ବୋଲି କଂପାନୀର ଉପାଧ୍ୟକ୍ଷ ସାରଇରସ୍ ପୁଲନ୍ଜୀ ମିସ୍ତ୍ରୀ ମଙ୍ଗଳବାର ଭୁବନେଶ୍ୱରରେ କହିଛନ୍ତି ।

ସେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସୌଜନ୍ୟ ମୂଳକ ଆଲୋଚନା ହୋଇଥିଲା ଓ ସେ କଳିଙ୍ଗନଗର ପ୍ରକଳ୍ପ ସଂପର୍କରେ ପଚାରିଥିଲେ ବୋଲି ମିସ୍ତ୍ରୀ କହିଛନ୍ତି ।

ଗୋପାଳପୁର ପ୍ରକଳ୍ପ ସ୍ଥଳ ଏସ୍ଇଜେଡ଼୍ ମଧ୍ୟରେ ରହିଥିବା ବେଳେ ଏହାକୁ ଏସ୍ଇଜେଡ ଅନୁମୋନ ମିଳିଛି ସ୍ୱର୍ତମାନ ସିଆରଜେଡ଼୍ ଅନୁମୋ ପାଇଁ ଆବେଦନ କରାଯାଇଛି ବୋଲି ଟାଟା ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version