Site icon Odisha.com

ରାଜ୍ୟରେ ଅଂଶୁଘାତ ମୃତୁ୍ୟ ସଂଖ୍ୟା ୩୭କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତ ମୃତୁ୍ୟ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

ନିକଟରେ ଯାଜପୁର ଜିଲ୍ଲା କନ୍ଟିଆ ଅଂଚଳର ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହେବା ପରେ ଏହି ସଂଖ୍ୟା ୩୭ରେ ପହଂଚିଥିବା ସେ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସମେତ କେତେକ ଅଂଚଳରେ ବର୍ଷା ଯୋଗୁଁ ଶୁକ୍ରବାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତେବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ।

ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡ଼ିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁର ଓ ହୀରାକୁ ୪୨.୨, ତାଳଚେର ୪୧.୪ ଓ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୧.୩
ଡ଼ିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଥିବା ପାଣିପାଗ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version