Site icon Odisha.com

ଆମେରିକା ସିନେଟ୍ ନିର୍ବାଚନ ମଇାନରେ ଓଡ଼ିଆ ଯୁବକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୭(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆରେ ହେବାକୁ ଥିବା ସିନେଟ୍ ନିର୍ବାଚନରେ ଜଣେ ଓଡ଼ିଆ ବ୍ୟକ୍ତି ପ୍ରତି୍ୱନ୍ଦତା କରିବାକୁ ଯାଉଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ସ୍ଥାୟୀ ବାସିନ୍ଦା ୪୫ ବର୍ଷ ବୟସ୍କ ବିକ୍ରମ କେଶରୀ ମହାନ୍ତି ପେଶାରେ ଜଣେ ଥେରାପିଷ୍ଟ । ରାଷ୍ଟ୍ରପତି ବାରାକ ଓବାମାଙ୍କ ଡ଼େମେକ୍ରେଟିକ୍ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ସେ ଯୋଗ୍ୟତା ହାସଲ କରିଛନ୍ତି ।

ତାଙ୍କ ନିର୍ବାଚନ ପ୍ରଚାରରେ ଶିକ୍ଷାକୁ ଏକ ପ୍ରମୁଖ ବିଷୟ ଭାବେ ଉତ୍ଥାପନ କରିଥିବା ସେ କହିଛନ୍ତି । ସେ ଇତି ମଧ୍ୟରେ ଆଠଟି ଜିଲ୍ଲାରେ ପ୍ରଚାର କରିସାରିଛନ୍ତି । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଭାଲୋସ୍ତା, କ୍ୱିତମାନ୍, ଷ୍ଟେଟେନ୍ଭିଲେ, ଲେକ୍ଲ୍ୟାଣ୍ଡ ଇତ୍ୟାି । ଏବଂ ଏହି ସ୍ଥାନ ଗୁଡ଼ିକରେ ସର୍ବସାଧାରଣ ଶିକ୍ଷା ବିଷୟ ସମେତ ବିଭିନ୍ନ ବିଷୟକୁ ସମର୍ଥନ ବୃଦ୍ଧିପାଇଛି ବୋଲି ସେ କହିଛନ୍ତି ।

“ବିଭିନ୍ନ ବିଷୟ ଉପରେ ଆଲୋକପାତ କରିବା ପାଇଁ ଉସôାହ ମିଳିଛି । ମୋର ଯୋଗ୍ୟତା ଏବଂ ପ୍ରତିଶୃତି କ୍ଷିଣ ଜର୍ଜିଆରେ ନିଯୁକ୍ତି ସୃଷ୍ଟି କରିବ ବୋଲି ବିଶ୍ୱାସ” ସେ କହିଛନ୍ତି ।

ଗତ ୧୭ ବର୍ଷ ହେଲା ସେ ପତ୍ନୀ, ଓ ତିନି ଶିଶୁଙ୍କ ସହ ଆମେରିକାର ଭାଲୋସ୍ତା ସହରରେ ବସବାସ କରିଆସୁଛନ୍ତି । ଭଦ୍ରକ କଲେଜରେ ସ୍ନାତକ ଶେଷ କରିବା ପରେ ସେ ୧୯୯୮ରେ କଲିକତା ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଅର୍ଥୋପେଡ଼ିକ୍ରେ ଯୋଗେଇ ୧୯୯୪ରେ ଆମେରିକା ଯାଇଥିଲେ ।

ସେ ୧୯୯୫ରେ ଜର୍ଜିଆର ହ୍ୱାଇଟ୍ ହାଉସ୍ କନ୍ଫରେନ୍ସରେ ଅଂଶ ଗ୍ରହଣ କରିଥିଲେ । ସେ ନିର୍ବାଚନରେ ପ୍ରତି୍ୱନ୍ଦିତା କରୁଥିବା ଜାଣିବା ପରେ ପରିବାର ସସ୍ୟ ତଥା ସଂପର୍କୀୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓବାମାଙ୍କ ରାଜନୈତିକ ଳ ପକ୍ଷରୁ ସେ ପ୍ରାର୍ଥୀ ହୋଇଥିବାରୁ ଏହା ଗର୍ବର ବିଷୟ ବୋଲି ବିକ୍ରମଙ୍କ ଭାଇ ବିଶ୍ୱକେଶରୀ ମହାନ୍ତି କହିଛନ୍ତି । ସେ ଡ଼େମୋକ୍ରେଟିକ୍ ପାର୍ଟିର ଆଶା ବୋଲି ଓବାମା କହିଥିବା ବିକ୍ରମ କହିଛନ୍ତି ।

ବିକ୍ରମ ନିଶ୍ଚୟ ନିର୍ବାଚନରେ ବିଜୟ ଲାଭ କରିବେ ଏବଂ ଜଣେ ସିନେଟର୍ ହୋଇ ରାଜ୍ୟକୁ ଗର୍ବିତ କରିବେ ବୋଲି ଓବାମା କହିଥିବା ସେ କହିଛନ୍ତି । ଆସନ୍ତା ଜୁଲାଇ ୩୧ ଓ ନଭେମ୍ବର ୬ରେ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version