Site icon Odisha.com

କ୍ୟାବିନେଟ୍ ନିଷ୍ପତି: ପଂଚାୟତକୁ ଟିକସ ଆଦାୟ କ୍ଷମତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୭(ଓଡ଼ିଶା ଡ଼ଟ୍ କମ୍) ଗ୍ରାମ ପଂଚାୟତକୁ ସଂପତି ଟିକସ ଆଦାୟ କରିବା ପାଇଁ କ୍ଷମତା ବୋକୁ ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତି ଗ୍ରହଣ କରାଯାଇଛି ।

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ର ସଂଶୋଧନ କରାଯାଇ ଏଥିରେ ପଂଚାୟତ ଗୁଡ଼ିକୁ ବିଭିନ୍ନ ଟିକସ ଆଦାୟ କ୍ଷମତା ପ୍ରାନ କରାଯିବ । ପୂର୍ବରୁ ଏହି ଅଧିକାର ପଂଚାୟତର ଥିଲା ଏବଂ ୧୯୬୭ରେ ଏହା କାଢି ନିଆଯାଇଥିଲା । କେବଳ ପୌର ସଂସ୍ଥାଗୁଡ଼ିକର ଏହି କ୍ଷମତା ଥିଲା ।

ଏହାସହ ସାଧାରଣ ନାଗରିକଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇବା ପାଇଁ ଓଡ଼ିଶା ସାଧାରଣ ସେବା ଅଧିକାର ଆଇନ, ଭୁବନେଶ୍ୱର ଜମିର ମୂଲ୍ୟ ବୃଦ୍ଧି କରିବା, ପ୍ରତି ବ୍ଳକରେ ଜଣେ ଲେଖାଏଁ ବିତ୍ତ ଅଧିକାରୀ ନିଯୁକ୍ତ କରିବା, ବନ୍ୟପ୍ରାଣୀଙ୍କ ଦ୍ୱାରାକ୍ଷୟକ୍ଷତିର କ୍ଷତିପୂରଣ ରାଶି ବୃଦ୍ଧି କରିବା ଏବଂ ପୌର ନିଗମ ନିର୍ବାଚନରେ ଆବେନ ସମୟ ୪୫ଦିନକୁ ବୃଦ୍ଧି କରିବା ପାଇଁ ଶନିବାର ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତି ହୋଇଛି ।

ବିଭାଗ ଗୁଡ଼ିକ କେତେଦିନ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇବେ ତାହାର କୌଣସି ସମୟସୀମା ନିର୍ଦ୍ଧାରଣ ହୋଇନାହିଁ ତେଣୁ ଜନସାଧାରଣଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇବାକୁ ସରକାର ଏକ ନୂତନ ଆଇନପ୍ରଣୟନ କରିବାକୁ ଯାଉଛନ୍ତି ।

ବର୍ତମାନ ସେବା ଯୋଗାଉଥିବା ୧୦ଟି ବିଭାଗକୁ ଏହି ଆଇନ ପରିସରଭୁକ୍ତ କରାଯିବ । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୃକ୍ତ ବିଭାଗ ଲୋକଙ୍କୁ ସେବା ଯୋଗାଇବେ ।

ଯେଉଁ ଅଫିସର ବା କର୍ମଚାରୀ ଏଥିରେ ଅବହେଳା କରିବେ ତାଙ୍କୁ ଣ୍ଡିତ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେସେବା ନମିଳିଲେ ହିତାଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଆବେନ କରିବେ । ଉପରିସ୍ଥ ଅଧିକାରୀଙ୍କ ରାୟ ବିରୁଦ୍ଧରେତାଙ୍କ ଉପର ଅଫିସରଙ୍କ ନିକଟରେ ଆବେନ କରିବାକୁ ହେବ ।

ଉପରିସ୍ଥ ଅଫିସର ସେବା ଯୋଗାଇବାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ତାଙ୍କୁ ପ୍ରଥମେ ୫୦୦ ଟଙ୍କା ଜୋରିମାନା ବୋକୁ ହେବ । ବିଳମ୍ବ ପାଇଁଦିନକୁ ୨୫୦ ଟଙ୍କା ବୋକୁ ପଡିବ । ଏହି ଣ୍ଡ ଅର୍ଥ ସରକାରଙ୍କ ତହବିଲକୁ ଯିବ ।

ଭୁବନେଶ୍ୱରରେ ଜିଏ ଜମିର ସରକାରୀ ମୂଲ୍ୟ ବୃଦ୍ଧି କରାଯାଇ ରାଜସ୍ୱ ବିଭାଗର ଜମିର ମୂଲ୍ୟ ସହ ସମାନ କରାଯାଇଛି । ବର୍ତମାନ ଜିଏ ଜମିର ମୂଲ୍ୟଠାରୁ ରାଜସ୍ୱ ବିଭାଗର ଜମିର ମୂଲ୍ୟ ଅଧିକ ରହିଛି । ୨୦୦୯ ଡିସେମ୍ବରରେ ଭୁବନେଶ୍ୱରରେଜମିର ମୂଲ୍ୟ ପରିବର୍ତନ କରାଯାଇଥିଲା ।

କୋର୍ଟ ଫି ଆଇନ ସଂଶୋଧନ କରାଯାଇ ବାଉନ୍ସ ଚେକ୍ ମାମଲାରେ କୋର୍ଟ ଫି ଧାର୍ଯ୍ୟ କରାଯାଇଛି । ଯେତିକି ଟଙ୍କାର ବାଉନ୍ସ ଚେକ୍ ଉପରେ ମାମଲା ରୁଜୁ ହେବ, ତା’ର ୧ ପ୍ରତିଶତ କୋର୍ଟ ଫି ନିଆଯିବାକୁ ନିଷ୍ପତି ହୋଇଛି ।

ସେହିପରି ଭୁବନେଶ୍ୱର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କକୁ ସରକାର ପୁନେ ସ୍ଥିତ କସ୍ମସ୍ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାକୁ ବିକ୍ରୀ କରିବାକୁ ନିଷ୍ପତି ନେଇଛନ୍ତି । ମନ୍ତ୍ରିମଣ୍ଡଳ ସମବାୟ ବିଭାଗର ଏହି ପ୍ରସ୍ତାବକୁ ଅନୁମୋନ କରିଛି ।

ଏହି ସଂସ୍ଥା ବ୍ୟାଙ୍କକୁ କିଣିବା ପରେ ଗ୍ରାହକମାନଙ୍କ ବାକିଥିବା ୨୮ କୋଟି ଟଙ୍କା ସୁଧ ସହ ପଇଠ କରିବ । ୧୩ହଜାର ଜମାକାରୀ ଏହି ଅର୍ଥ ଫେରିପାଇବେ । ସମୁାୟ ୭୦ ଜଣ କର୍ମଚାରୀ ଛଟେଇ ହେବେ ଏବଂ ସେମାନଙ୍କ ମଧ୍ୟରୁ ୩୨ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।

ସରକାର ଫ୍ଲାୟାର୍ସ ଉପରୁ ଭାଟ୍ ହ୍ରାସ କରି ୫ ପ୍ରତିଶତରେ ଧାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ କ୍ରେନ୍, ହ୍ୱିଲ ଲୋଡର, ଧୂପକାଠି, କର୍ପୂର, ସୋୟାବଡ଼ି ଓ ସାନିଟାରୀ ନାପ୍କିନର ଭାଟ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏନ୍ଆର୍ଏଚ୍ଏମ୍ ଦ୍ୱାରାପ୍ରସ୍ତୁତ ଫ୍ରିଡେ ନାପ୍କିନ୍ ଉପରୁ ଭାଟ୍ ଛାଡ଼ କରାଯାଇଛି ।

ପ୍ରତି ବ୍ଲକ୍ରେ ଜଣେ ଲେଖାଏଁ ବିତ୍ତ ଅଧିକାରୀ ନିଯୁକ୍ତ ହେବେ । ସେଥିପାଇଁ ଅଧିକାରୀଙ୍କ କ୍ୟାଡର ସଂଖ୍ୟା ୫୬୩ରୁ ୭୫୩କୁ ବୃଦ୍ଧି କରାଯାଇଛି ।

ବନ୍ୟଜନ୍ତୁଙ୍କ ଦ୍ୱାରାକ୍ଷତିପୂରଣ ରାଶି ବୃଦ୍ଧି କରାଯାଇଥିବା ବେଳେ ଧାନ ଚାଷର ଏକର ପାଇଁ ୫ହଜାର ଟଙ୍କାରୁ ୧୦ ହଜାର ଟଙ୍କା ଓ ଆଖୁ, ଆମ୍ବ ଭଳି ଫସଲର କ୍ଷତି ପାଇଁ କ୍ଷତିପୂରଣ ରାଶି୧୦ ହଜାର ଟଙ୍କାରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version